ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ପୁଣି ଜବରଦସ୍ତ ଆକ୍ସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ, ପୁଣି ଜବର୍‌ଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ପଗଡି ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି କ୍ରମରେ ବଲାଙ୍ଗିର ପୋଲିସର ଟାର୍ଗେଟରେ ଦେଶୀ ଓ ବିଦେଶୀ ମଦ ବେପାରୀ, ପୁଣି ଅପରାଧୀଙ୍କ ଆଡ୍ଡା । ବଲାଙ୍ଗିର ସହରରେ ହୁ ହୁ ହୋଇ ବଢୁଥିବା ନିଶା କାରବାରର ଚେର ଉପାଡିବାକୁ ଟାର୍ଗେଟ କରିଛି ଏବେ ପୋଲିସ । ମଦ ଦୋକନୀମାନେ ବେପାର ବଢାଇବା ଉଦ୍ଦେଶ୍ୟରେ କୁଚିଆ ବେପାରକୁ ବଢାଇ ଚାଲିଥିବା ବେଳେ ଏବେ ଦେଶୀ ବିଦେଶୀ ମଦ କୁଚିଆଙ୍କ ଉପରେ ହାବି ହୋଇପଡିଛି ବଲାଙ୍ଗିର ଟାଉନ ପୋଲିସ । ଜବରଦସ୍ତ ଚଢାଉ ଜାରି ରହିଛି । ସାଲେପାଲିର ଜଣେ କୁଚିଆ ବେପାରୀ ଉପରେ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ସୂଚନାରେ କୁହାଯାଇଛି । ଏହି କୁଚିଆ ବେପାର ମୂଳରେ ଥିବା ଭାଗିରଥୀ ଛକର ଏଫ୍‌ଏଲ୍‌ ଅଫ୍‌ସଫ୍‌ ନଂ ୬ ତାକୁ ମଧ୍ୟ ସିଲ କରିଥିଲା ପୋଲିସ । ସେହିଭଳି ରେଳଷ୍ଟେସନ ରାସ୍ତାରେ ଥିବା ଦେଶୀ ମଦ କାଉଣ୍ଟର ଦୋକନକୁ ମଧ୍ୟ ସିଲ୍‌ କରାଯାଇ ସେଠାକାର ମ୍ୟାନେଜରକୁ ଗିରଫ କରାଯାଇଛି । ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ କଡା ପଦକ୍ଷେପ ସହରରୁ କ୍ରିମିନାଲ କ୍ଲିନ୍ କରିବା ଦିଗରେ ବିଶେଷ ଲାଭଦାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଗତକାଲି ଅପରାହ୍ନରେ ସହରର ମାଲ୍‌ଗୋଦାମ୍ ପଡ଼ାରେ ମଜ୍‌ବୁତ୍ ପୋଲିସ ଛାଉଣୀ ସହ ଏସ୍‌ପି ନୀତିନ କୁଶଲ୍‌କର୍‌ଙ୍କ ଉପସ୍ଥିତରେ ବୁଲ୍‌ଡୋଜର୍ ଲଗାଇ ଭଙ୍ଗା ଯାଇଛି ତିନି ଜଣ ଅପରାଧୀଙ୍କ ବେଆଇନ ଆଡ୍ଡା । ଆଗକୁ ବଲାଙ୍ଗିର ପୋଲିସର ଏକ୍ସନ ଶିଥିଳ ହେବ ନା ଆହୁରି ପ୍ରଖର ହେବ, ସେଥିପ୍ରତି ଲୋକଙ୍କ ତୀକ୍ଷ୍ଣ ନଜର ରହିଛି ।

Leave A Reply

Your email address will not be published.