ଛତ୍ରପୁର ଶ୍ରୀ ସତ୍ୟସାଇ ବିଦ୍ୟାଭବନର ୩୬ତମ ବାର୍ଷିକ ଉତ୍ସବ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀ ସତ୍ୟସାଇ ବିଦ୍ୟାଭବନ ପରିସରରେ ବିଦ୍ୟାଳୟର ୩୬ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଯୋଗଦେଇ ଭଲପାଠ ପଢି ଉତ୍ତମ ନାଗରିକ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସତ୍ୟସାଇ ସେବା ସଂଗଠନ ଓଡିଶାର ରାଜ୍ୟ ମାନବୀୟ ମୂଲ୍ୟବୋଧ (ପ୍ରଶିକ୍ଷଣ) ସଂଯୋଜକ କ୍ଷୀରୋଦ କୁମାର ପାଢ଼ୀ ଯୋଗଦେଇ ଉତ୍ତମ ନାଗରିକଙ୍କର କର୍ତ୍ତବ୍ୟ ଓ ସେବା ମନୋବୃତ୍ତି ରଖି ଚଳିବା ଆବଶ୍ୟକ ବୋଲି ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ପଣ୍ଡାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରି ଜୋସ୍ନା ରାଣୀ ଶତପଥି ସଂଯୋଜନା କରିଥିବା ବେଳେ ଲୋଷ୍ଣା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଶ୍ୱେଶ୍ୱର ପଟ୍ଟନାୟକ, ନୃସିଂହେଶ୍ୱର ପଟ୍ଟନାୟକ, ମଧୁସୂଦନ ସାହୁ, ନମିତା ପଟ୍ଟନାୟକ, ରୀନା ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.