ବ୍ରହ୍ମାକୁମାରୀ ଛତ୍ରପୁର ସଂଗଠନ ପକ୍ଷରୁ ଶିବ ପରମାତ୍ମାଙ୍କ ବାଣୀ ପ୍ରଚାର ଅଭିଯାନ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ପରିଭ୍ରମଣ କରିଥିଲା । ନିକଟ ଭବିଷ୍ୟତରେ ଆସିବାକୁ ଥିବା ସତ୍ୟଯୁଗୀ ଦୈବୀ ଦୁନିଆର ଏହା ଏକ ପ୍ରକାର ସାଙ୍କେତିକ ଉଦାହରଣ ସ୍ୱରୂପ ଅଟେ ବୋଲି କୁହାଯାଇଛି । ଭଗବାନ ଧରାପୃଷ୍ଠରେ ଅବତରଣ କରିବାର ସମୟ ଆସିଛି, କଳିର କରାଳକୁ ଧ୍ୱଂସ କରିବେ, ସତ୍ୟଯୁଗର ଆବିର୍ଭାବ ହେବାର ସୂଚନା ଆସିଯାଇଛି ବୋଲି ଆଲୋଚନା ହେଉଛି । ନିରାକାର ପରମପିତା ପରମାତ୍ମା ଶିବବାବା ସତ୍ୟଯୁଗର ସ୍ଥାପନା କର୍ତ୍ତା । ସୃଷ୍ଟି ପରିବର୍ତ୍ତନର ଭଗବାନ ଦିବ୍ୟ କାର୍ଯ୍ୟ କରୁଅଛନ୍ତି । କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗର ଆଗମନର ଶୁଭ ସମୟ ଆସିଯାଇଅଛି ବୋଲି ସଚେତନତା ସୃଷ୍ଟି କରାଯାଉଛି । ସତ ଶିକ୍ଷକ ବନି ସତମାର୍ଗରେ ଯିବାପାଇଁ ମାର୍ଗ ଦର୍ଶାଉଛନ୍ତି । ଏହି ଆବାହନ ହୋଇଥିବା ରଥଟି ସାନଆର୍ଯ୍ୟପଲ୍ଲୀ, ବଡ଼ ଆର୍ଯ୍ୟପଲ୍ଲୀ, କଣମଣା ଓ ଟାକିରିଆ ବ୍ରହ୍ମପୁର ଗ୍ରାମ ପରିଭ୍ରମଣ କରିଥିଲା । ସରପଞ୍ଚ ତ୍ରିଲୋଚନ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛତ୍ରପୁର ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଏବଂ ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ଅମ୍ବିକା । ପବିତ୍ର ମହାଶିବରାତ୍ରୀ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ସ୍ତରର ଗ୍ରାମୀଣ ଅଞ୍ଚଳରେ ଛତ୍ରପୁର ସଂଗଠନ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରଖାଯାଇଥିବା ସଂଗଠନର କର୍ମକର୍ତ୍ତା ଜଣାଇଛନ୍ତି ।

Leave A Reply

Your email address will not be published.