oom

କଟକ ପାନ୍ଥ ନିବାସରେ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

କଟକ : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ଇତି ମଧ୍ୟରେ ତାର ୧୨ବର୍ଷର ଯାତ୍ରା ସଫଳତାର ସହ ପୂଣ୍ଣ କରିଛି । ଅନାଥ ଆଶ୍ରମ, ବୃଦ୍ଧାଶ୍ରମମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ବଦାନ୍ୟ ବନ୍ଧୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ରବିବାର ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ କଟକ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପାଣି, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ସାମ୍ବାଦିକା ପ୍ରଶମିତା ମହାନ୍ତି, ସମାଜସେବୀ ପ୍ରବିଣା ତ୍ରିପାଠୀଙ୍କ ସହିତ ମୁଖ୍ୟବକ୍ତା ଭାବେ ସମାଜସେବୀ ଲିଲି ଜେନାମଣି ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ରଖିବା ସହ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ବଦାନ୍ୟ ବନ୍ଧୁର ମୁଖ୍ୟ ସଭା ପରିଚାଳନା କରିଥିବା ବେଳେ ଡାକ୍ତର ଦେବାଶିଷ ଜ୍ୟୈଷ୍ଠି ସ୍ୱାଗତ ସଂଗୀତ ଗାନ କରିଥିଲେ । ଶୁଭ ପ୍ରସାଦ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.