ରେଲୱେ ଷ୍ଟେସନ ରୋଡ୍‌ରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଶାସ୍ତ୍ରୀନଗରର ମନବାହାଦୂର ମଟାରୀ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୧ ତାରିଖ ଦିନ ରେଲୱେ ଷ୍ଟେସନ ରୋଡ୍‌ରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ତଥା ପେଲେସ ଲାଇନର ପ୍ରେମ ପ୍ରକାଶ ନାଏକ ଓରଫ୍‌ ନିଗମ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ବଲାଙ୍ଗିର ହସ୍‌ପିଟାଲ ଓ ପରେ ବୁର୍ଲା ହସ୍‌ପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ସଠିକ୍‌ ଭାବରେ ତଦନ୍ତ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶାସ୍ତ୍ରୀନଗରର ମନବାହାଦୂର ମଟାରୀ(୫୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.