centurian jitm

ସିନ୍ଧେକେଲାରେ ବିଜେଡିର କର୍ମୀ ସମ୍ମିଳନୀ : ବିଜେଡି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୨୧ର ସିନ୍ଧେକେଲା ଗ୍ରାମରେ ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଓଡିଶା ହଂସରାଜ ଜୈନଙ୍କ ଆହ୍ୱାନ କ୍ରମେ ଓ ସିନ୍ଧେକେଲା ସରପଞ୍ଚ ନରେଶ କୁମାର ଅଗ୍ରୱାଲଙ୍କ ଆୟୋଜନରେ ବିଜେଡିର କର୍ମୀ ସମ୍ମିଳନୀ ଓ ବିଜେଡି ସରକାରଙ୍କ ଲୋକହିତ ଯୋଜନାର ପ୍ରଚାର ପ୍ରସାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଙ୍ଗୋମୁଣ୍ଡା ବ୍ଲକର ବରିଷ୍ଠ ବିଜେଡ଼ି ନେତା ବିଶ୍ୱମ୍ବର ସାହୁ ସଭା ସଂଯୋଜନା କରିଥିଲେ । ସଭାରେ ଆବାହକ ଶ୍ରୀ ଜୈନ ସମସ୍ତଙ୍କୁ ନିବେଦନ କରିଥିଲେ କି ଆଗାମୀ ଦିନରେ ବିଜେଡିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକହିତକର ଯୋଜନାକୁ ଲୋକଲୋଚନକୁ ଆଣିବା ଏବଂ ଆଗାମୀ ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ଉକ୍ତ ସଭାରେ ଶତାଧିକ ମହିଳା ଓ ପୁରୁଷ ବିଜେଡି କର୍ମୀଙ୍କ ସହିତ ବରିଷ୍ଠ ବିଜେଡ଼ି ନେତାମାନଙ୍କ ମଧ୍ୟରେ ସୁବାଷ ଜୈନ ପ୍ରତିନିଧି ରାଜ୍ୟସଭା ସାଂସଦ, ଲଳିତ ମୋହନ ସାହୁ, ନୂତନ କୁମାର ସାହୁ, ବବିଲାଲ ସାହୁ, ଜଗେଶ୍ରୀ ଜଙ୍ଗଡ଼ା, ସୁଦର୍ଶନ ସୁନା, ଗୌର ସୁନା, ଅମୁଲ୍ୟ ମାଝୀ, ଅମୀର କୁମାର ପାଣ୍ଡେ, ସଞ୍ଜୟ ବାଗ, ରାଜେନ୍ଦ୍ର ଛୁରା, ଲଳିତ ସାହୁ, ଫକୀର ତ୍ରିପାଠୀ, ଶ୍ରୀମତୀ ଯାଜ୍ଞସେନୀ ତାଣ୍ଡିଆ, ପାର୍ଥବୀ ସାହୁ, ଶୋଭୟ ସାହୁ, ପୂର୍ଣ୍ଣମୀ ସାହୁ, ଭୂମିସୁତା ସାହୁ, ତପସ୍ୱିନୀ ସାହୁ, ନେପାଳୀ ସାହୁ, ଅର୍ଣ୍ଣ ସାହୁ, ନମିତା ଚିଣନ୍ଦା, ନରେନ୍ଦ୍ର ମହାରଣା, ପିଣ୍ଟୁ ଦୀପ, ବିନୋଦ ଦୀପ, ବରୁଣ ଲୁହା ସହିତ ଶତାଧିକ ବିଜେଡି କର୍ମୀ ଯୋଗଦାନ କରିଥିଲେ । ଶ୍ରୀ ଜୈନଙ୍କ ସାଙ୍ଗଠନିକ ଚିନ୍ତାଧାରାକୁ ଅନେକ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଇଥିଲା । ସଭାରେ ଉପସ୍ଥିତ ସମସ୍ତେ ବିଜେଡିର ଜୟଧ୍ଵନି ଦେବା ସହିତ ଆଗାମୀ ଦିନରେ ପରିଷଦ ସଦସ୍ୟ ଶ୍ରୀ ଜୈନଙ୍କ ସହିତ ବିଜେଡିର ସଂଗଠନକୁ ମଜବୁତ କରିବାର ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.

error: Content is protected !!