ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା । ସୂଚନା ଅନୁସାରେ ବ୍ୟାଗରେ ଜଣେ ବ୍ୟକ୍ତି ଗଞ୍ଜେଇ ନେଇ ବସରେ ଯାଉଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ବସକୁ ଅବକାରୀ କର୍ମଚାରୀ ଅଟକାଇ ଯାଞ୍ଚ କରିଥିଲେ । ସନ୍ଦେହରେ ଜଣେ ଯାତ୍ରୀଙ୍କ ବ୍ୟାଗକୁ ଯାଞ୍ଚ କରିଥିଲେ । ତେବେ ବ୍ୟାଗ ଭିତରୁ ବିପୁଳ ଟଙ୍କା ବାହାରିଥିଲା । ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଅବକାରୀ କର୍ମଚାରୀ ଜବତ କରିଥିଲେ । ଏଥିସହ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଯାତ୍ରୀ ଜଣକ ହେଲେ ଯାଜପୁର ଜିଲ୍ଲାର ଗୋବିନ୍ଦପୁର ଗ୍ରାମର ସଞ୍ଜୟ ସାହୁ ଓରଫ ବାବୁଲି । ସେ କାଜୁ ବ୍ୟବସାୟ କରନ୍ତି । ବ୍ରହ୍ମପୁରରୁ ଯାଜପୁର ଯାଉଥିଲେ ବୋଲି ଅବକାରୀ କର୍ମଚାରୀଙ୍କୁ କହିଛନ୍ତି ।

Leave A Reply

Your email address will not be published.