ସୋସିଆଲ ମିଡିଆରେ କେହି ଅଶାଳୀନ ବାର୍ତ୍ତା ପଠାଉଥିବା ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଆଡେନଡୁଙ୍ଗୁରି ଗ୍ରାମର ପର୍ଶୁରାମ ଦିକ୍ଷିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍ଦର ଥାନା ଅନ୍ତର୍ଗତ ଆଡେନଡୁଙ୍ଗୁରି ଗ୍ରାମର ପର୍ଶୁରାମ ଦିକ୍ଷିତ ଓ ତାଙ୍କ ସ୍ତ୍ରୀଙ୍କୁ ସୋସିଆଲ ମିଡିଆ ଯୋଗେ ଜଣେ ଅଜଣା ଯୁବକ ଅଶାଳୀନ ବାର୍ତ୍ତା ପଠାଉଥିବା ଅଭିଯୋଗ ହୋଇଛି । ଏନେଇ ପର୍ଶୁରାମ ବଲାଙ୍ଗିର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ଗତ ତିନିଦିନ ହେବ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କ୍ରମାଗତ ମେସେଜ ଆସୁଛି । ଏପଟେ ତାଙ୍କ ସ୍ତ୍ରୀ ଉକ୍ତ ନମ୍ବରକୁ ବ୍ୟବହାର କରୁଥିବାରୁ କେହି ଜଣେ ଜାଣିଶୁଣି ଏଭଳି କରୁଥିବା ପର୍ଶୁରାମ ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.