ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ

  • ନିଜର ସୁରକ୍ଷା ପ୍ରତି ଛାତ୍ରୀମାନେ ସଚେତନ ହୁଅନ୍ତୁ

ଖପ୍ରାଖୋଲ (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା କୌଶଳ ଶିବିର ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ନାରୀ ମାତୃଶକ୍ତିର ପ୍ରତୀକ ଅଟେ । ମାତ୍ର ଆଜିର ସମାଜରେ ନାରୀ ଭୋଗ୍ୟ ବସ୍ତୁ ହୋଇପଡିଛି । ଆମ ସମାଜରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବା ସହିତ ଯୌନ ଉତ୍ପୀଡନ ଓ ହତ୍ୟାକାଣ୍ଡ ଘଟିଚାଲିଛି । ଫଳରେ ଆଜିର ନାରୀ ନିଜକୁ ଅସୁରକ୍ଷିତ ମନେକରୁଛି । ଏହି ପରିପ୍ରେକ୍ଷୀରେ ନିଜର ସୁରକ୍ଷା ପ୍ରତି ଛାତ୍ରୀମାନେ ସଚେତନ ହୁଅନ୍ତୁ ବୋଲି ସଭାରେ ମତ ପ୍ରକାଶ ପାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ, ଅଧ୍ୟାପିକା ସୁନନ୍ଦା ଭୋଇ, ଅଧ୍ୟାପିକା ମିନା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ମଧୁସ୍ମିତା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରେ ମାଷ୍ଟର ଟ୍ରେନର ସୋନାଲି ସାହୁ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିଥିଲେ । ସହକାରୀ ଗ୍ରନ୍ଥାଗାରିକ ଦିଲିପ ନିଆଲ, ପିଇଟି ହରେଷ କୁମାର ବେହେରା, କନିଷ୍ଠ କିରାଣୀ ନିରୋଜ ବାରିକ, ଜନାର୍ଦ୍ଦନ ସୁନା, ନନ୍ଦକିଶୋର ବାଗ, ବାଳକୃଷ୍ଣ ପୁଞ୍ଜି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.