ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍, ୩୦ରୁ ଉର୍ଦ୍ଧ୍ଵ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଡୋଲାକୁଦର ରାସ୍ତାରେ ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ଵ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ଜର୍ଡା ଅଞ୍ଚଳରୁ ୪୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଶ୍ରମିକ ଏକ ମିନି ଟ୍ରକ୍‌ରେ କଲୁଙ୍ଗା ଅଞ୍ଚଳକୁ କାମ କରିବାକୁ ଆସୁଥିଲେ । ଡୋଲାକୁଦର ନିକଟରେ ମିନି ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ସମସ୍ତ ଶ୍ରମିକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.