oom

ବଲାଙ୍ଗିର ଓ.ୟୁ.ଜେର କର୍ମକର୍ତ୍ତା ନିର୍ବାଚନ : ପ୍ରଦୀପ୍ତ ସଭାପତି, ଅଭୟ ସମ୍ପାଦକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରୀ), ସାଧାରଣ ସମ୍ପାଦକ ଭାବରେ ଅଭୟ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଭାବରେ ଭଗବାନ ମହାନ୍ତି ନିର୍ବାଚିତ ହୋଇଛନ୍ତି । ବଲାଙ୍ଗିର ଉପଖଣ୍ଡ ଉପସଭାପତି ଭାବରେ ଶରତ ଚନ୍ଦ୍ର ମିଶ୍ର, ସହସମ୍ପାଦକ ଭାବରେ ନରେଶ କୁମାର ସାହୁ, ପାଟଣାଗଡ ଉପଖଣ୍ଡ ଉପସଭାପତି ଭାବରେ ପ୍ରବୀଣ ପୁରୋହିତ, ସହସମ୍ପାଦକ ଭାବରେ ତାପସ ବେହେରା, ଟିଟିଲାଗଡ ଉପଖଣ୍ଡ ଉପସଭାପତି ଭାବରେ ସଞ୍ଜୟ ବେହେରା, ସହସମ୍ପାଦକ ଭାବରେ ତରୁଣ ବେହେରା, କଂଟାବାଞ୍ଜି ଉପସଭାପତି ଭାବରେ ପ୍ରଭଜିତ ସିଂ ସାଲୁଜା, ସହସମ୍ପାଦକ ଭାବରେ ସୁରଦାସ ବାଗ ଓ ଗ୍ରାମାଚଂଳ ସମ୍ପାଦକ ଭାବରେ ଅନୀଲ ତ୍ରିପାଠୀ ମନୋନୀତ ହୋଇଥିଲେ । ଶରତ ମିଶ, ଶ୍ରୀବତ୍ସ ବେହେରା, ପୁଷ୍ପକେତୁ ବେହେରା, ହନୀ ସିଂ ମାଖୀଜା, ବଂଶୀଧର ସେଠ୍‌, ବିଶ୍ୱଜିତ ଦାଶ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବିଜୟ ମିଶ୍ର କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିବା ବେଳେ ରାମ କୁମାର ଅଗ୍ରୱାଲ, ଦୟାନୀଧି ସାହୁ, ଶିବ ପରିଡା, ଲକ୍ଷ୍ମୀ କାନ୍ତ ମିଶ୍ର, ଆନନ୍ଦ ମୋଟେ, ସୁଧିର ଚନ୍ଦ୍ର ପଣ୍ଡା, ନବୀନ ପଶାୟତ, ଅନ୍ତୟାମୀ ପଶାୟତ ଉପଦେଷ୍ଠା ଭାବରେ ରହିଛନ୍ତି । ଏହି ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ସଭାରେ ପୂର୍ବତନ ସଭାପତି ତଥା ଦୀପକ ସମଦ୍ଦାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରିତୁରାଜ ସିଂ, ଦିଲିପ ଭୋଇ, ରଞ୍ଜିତ ବେହେରା, ଆକୁଳ ବେହେରା, ବାରଣ ବୁୟାଁ, ଦିଲିପ କୁମାର ମେହେର, ଚନ୍ଦ୍ର ଭାନୁ ମୋଲାନା, ଶିଶିର କାନ୍ତ ଶତପଥୀ, ଅଶୋକ ତ୍ରିପାଠୀ ଓ ଜିଲ୍ଲାର ଶତାଧିକ ସଦସ୍ୟ ଉପସ୍ଥିତ ରହି ସହଯାଗ କରିଥିଲେ ।

jittmm
Leave A Reply

Your email address will not be published.