ବ୍ରାଉନସୁଗାର ଜବତ : ୪ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ପୋଲିସକୁ ମିଳିଛି ବଡ଼ ସଫଳତା । ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ସଦରଥାନା ଅନ୍ତର୍ଗତ ଗୋଟିଏ ପରିବାରର ରାମଚଣ୍ଡୀ ଦୁର୍ଗାପ୍ରସାଦ ଗ୍ରାମର ସୁଷମା ମଲିକ(୩୬), ତାଙ୍କ ସ୍ୱାମୀ ଶିବ ମଲିକ(୪୨), ପୁଅ ଜୟପ୍ରକାଶ ମଲିକ ଓରଫ ବଳିଆ(୨୧) ଏବଂ ନୟାଗଡ଼ ଜିଲ୍ଲା ରଣପୁର ଥାନା ମହତପଲା ଗ୍ରାମର ପ୍ରତାପ କୁମାର ମହାପାତ୍ର(୩୩) । ଏକ ଅଟୋକୁ ଜବତ କରାଯାଇଥିବା ଏସିପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ପ୍ରକାଶ କରିଛନ୍ତି । ତୋଟାପଡ଼ା ଛକଠାରେ ବ୍ରାଉନସୁଗାର ଡିଲ୍‌ ହେଉଥିବା ଖବର ବିଶେଷସୂତ୍ରରୁ ପାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଦର୍ଶ ଥାନା ପୋଲିସ ଚଢ଼ାଉ କରିଥିଲା । ଏନେଇ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା(ନଂ ୮୬/୨୩) ରୁଜୁ କରାଯାଇ କୋର୍ଟ ଚାଲାଣ କରିଛି ବୋଲି ଏସ୍‌ପି କହିଥିଲେ ।

Leave A Reply

Your email address will not be published.