oom

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଜଳର ଅପଚୟ କି ଜଳକୁ ଦୂଷିତ କରାଯାଉ ନଯାଉ । ବରଗଡ଼ ଜିଲ୍ଲାରେ ପାଣିର ବ୍ୟବହାର ଅଧିକ ଅଟେ । ଏହାର ସଦ୍‌ବିନିଯୋଗ ଦ୍ଵାରା ଆଗାମୀ ପିଢ଼ି ପାଇଁ ଆମେ ଜଳ ସଂରକ୍ଷଣ କରିପାରିବା ବୋଲି ଆଜି ବରଗଡ଼ ଜଳସେଚନ ବିଭାଜନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବକ୍ତାମାନେ ମତପ୍ରକାଶ କରିଥିଲେ । ସେହିପରି ଜିଲ୍ଲାରେ ଧାନ ସହ ବିକଳ୍ପ ଚାଷ ଯଥା ତୈଳବିଜ, ଡାଲି ଜାତୀୟ ଓ ପରିପରିବା ଚାଷ ଉପରେ ଚାଷୀମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ବର୍ତ୍ତମାନ ଠାରୁ ଆମେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ବରଗଡ଼ କେନାଲ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ସଂଘମିତ୍ରା ମିଶ୍ର ସଂଚାଳନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲାପାଳ ତଥା ସଭାପତି ମନୀଷା ବାନାର୍ଜୀ, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବୁର୍ଲା କେନାଲ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସରୋଜ କାନ୍ତି ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ମଞ୍ଚାସୀନ ଥିଲେ । ଇଂ ସୁବାଷ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଂ ବିଶ୍ଵଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.