csstore

ତୁଳସୀଟୋଲାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଏମ୍‌ସିର ୱାର୍ଡ ନଂ ୪ ତୁଳସୀଟୋଲାଠାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜେପି ହସପିଟାଲ୍ ତରଫରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୬୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ୍ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଶିବିରକୁ ସେଣ୍ଟ ଗାର୍ବେଲ ଚର୍ଚ୍ଚର ତୁଳସୀଟୋଲାର ଏରିଆ ସଭାପତି ଆନ୍ଥୋନୀ ଲାକ୍ରା ଫିତାକାଟି ଉଦ୍‌ଘାଟନ କରିଥିଲେ । ଏହି ଶିବିରକୁ ଅଂଗନୱାଡି ଦିଦି ସରିତା ଖାଲଖୋ, ଆଶା ଦିଦି, ଭାଲେରିଆ ମୁଣ୍ଡା, ପରିଚାଳନା କରିଥିଲେ । ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ମହିଳା ସଭାପତି ଜୋସ୍ନା ନାୟକ, ଗାନ୍ଧି ଭାଇ, ୱାର୍ଡର ଉପସଭାପତି ଜଗନ୍ନାଥ ଦାସଭାୟା, ପ୍ରମୋଦ କୁମାର କାଳୁ ଲାକ୍ରା, ଜଗନ୍ନାଥ ପାତ୍ର, ରାଜୁ ନାୟକ, ସୀତା ନାୟକ, ନଜମୁନ ନିଶା, ମମତା ସା, ଶ୍ରୀମା ପାଲ, ଶ୍ୟାମସୁନ୍ଦର ପାଲ, ୱାର୍ଡ ସଭାପତି ପୀତବାସ କାଣ୍ଡି ଉପସ୍ଥିତ ରହି ସୁଚାରୁ ରୁପେ ଶିବିର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ ଜେପି ହସପିଟାଲ୍‌ର ସୁରେଶ ଶର୍ମା ଓ ଅନ୍ୟମାନେ ଧନ୍ୟବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.