ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲା ଅଧ୍ୟୟନରତ : ସରକାର ଚେତିବେ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ସୀମାନ୍ତରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦାବପାଲି ଗାଁ ଅବସ୍ଥିତ । ୧୯୬୦ ମସିହାରେ ଦାବପାଲି ଗ୍ରାମରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ଏବେ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା ପରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି । ୧ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୧ ଶହ ଛାତ୍ରଛାତ୍ରୀ ଥିବା ବେଳେ ପାଠ ପଢାଇବା ପାଇଁ ଗୋଟିଏ କୋଠରୀ ଅଛି, ଯେଉଁଥିରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଗଛତଳେ ପାଠ ପଢୁଥିବା ବେଳେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକ ଅର୍ଦ୍ଧଭଗ୍ନ ଶ୍ରେଣୀ କୋଠରୀରେ ପାଠ ପଢୁଛନ୍ତି । ଏହି ଅର୍ଦ୍ଧଭଗ୍ନ ଘରର ଛାତ କେତେ ବେଳେ ପଡିଯିବ ତାହା କହି ହେବ ନାହିଁ । ଯଦି ଏପରି ହୁଏ ତେବେ ଏକ ଭୟଙ୍କର ଘଟଣାକୁ ଏଡାଇ ଦିଆଯାଇ ନ ପାରେ । ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ବାରମ୍ବାର ବିଇଓ ଓ ବରଗଡ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ମଧ୍ୟ ସମସ୍ତେ ଚୁପ ବସିଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ଚିନ୍ତିତ ଥିବା ନେଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.