ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ଏସ୍‌ଆର୍‌ ପେଟ୍ରୋଲ ପମ୍ପ ସମ୍ମୁଖରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଏକ ଏଟିକା କାର ( ନଂ ଓଡି ୦୨ସିଏ ୭୫୦୦ ) ଡବେରି ଯାଉଥିବା ସମୟରେ ଏକ ବାଇକ୍ ( ଓଡି ୧୨ ସି ୧୧୬୩)ରେ ଯୁଗାନ୍ତ, ବାଳକୃଷ୍ଣ ଓ ମନିଲ ସେହି ରାସ୍ତାରେ ଦାରିଙ୍ଗବାଡ଼ି ଆସୁଥିଲେ । ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରୁ ତିନି ଜଣ ଛିଟିକି ପଡି ଗୁରୁତର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ଅବସ୍ଥାରେ ଯୁଗାନ୍ତ ଓ ବାଳକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ଏଏସଆଇ ସୁବାସ ଚନ୍ଦ୍ର ବାୟକ ଓ ଏଏସଆଇ ଅର୍ଜୁନ ଶବର ମେଡିକାଲରେ ପହଞ୍ଚି ଘଟଣା ତଦନ୍ତ କରିଛନ୍ତି । କାର ଓ ବାଇକ୍ ଜବତ କରି କାର ମାଲିକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

Leave A Reply

Your email address will not be published.