ଗୋଠୁଗୁଡାରେ ତିନିଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମରେ ନବମ ଚନ୍ଦ୍ରଶେଖର ଆଜାଦ କ୍ଲବ ଗୋଠୁଗୁଡା ତିନିଦିନିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ଝାରବନ୍ଧ ବ୍ଲକର ୧ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ମରେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରାଧାନ ସାହୁ, ଗୋଠୁଗୁଡାର ଗୌନ୍ତିଆ ଗିରିଧାରୀ ବରିହା, ସୋମନାଥ ନାଗ, ହୃଷିକେଶ ବାରିହା ପ୍ରମୁଖ ଯୋଗ ଦେଇଥିଲେ । ମୋଟ ୨୦ଟି ଟିମ୍‌କୁ ନେଇ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ଫାଇନାଲ୍‌ ମ୍ୟାଚ୍‌ ଖଲିଆପାଲି ଓ ଚୁହୁରୀ ମଧ୍ୟରେ ହୋଇଥିଲା । ଖଲିଆପାଲି ଦଳ ଚାମ୍ପିୟନ ହୋଇଥିଲା । ଅତିଥିବୃନ୍ଦ ଉଭୟ ଚାମ୍ପିୟନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବଣ୍ଟି ଏବଂ ମ୍ୟାନ୍‌ ଅଫ ଦି ସିରିଜ ସୁଦାମକୁ ଦିଆଯାଇଥିଲା । ଖେଳ ପରିଚାଲନା ବିକାଶ ମହାନନ୍ଦ, ତରଣୀ ଚାକ କରିଥିବା ବେଳେ ସ୍କୋରର ଜଗବନ୍ଧୁ ନାଗ ଓ ଉଦ୍‌ଘୋଷକ ଭାବରେ ସୌଦାଗର ବରିହା, ପ୍ରକାଶ ବରିହା ଥିଲେ । ଆଜାଦ ଚନ୍ଦ୍ରଶେଖର କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କେଏମଏଲ ମ୍ୟୁଜିକାଲ ତରଫରୁ ବିଶେଷ ଆକର୍ଷଣ କରାଯାଇଥିଲା । ହରି ସାହୁ ମ୍ୟୁଜିକାଲ ଦ୍ୱାରା ମ୍ୟୁଜିକ ପରିବେଷଣ କରାଯାଇଥିଲା । ଯାହା ଦର୍ଶକ ଭରପୁର ଆନନ୍ଦ ଅନୁଭବ କରିଥିଲେ ।

Leave A Reply

Your email address will not be published.