ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରୁରେ ସମାପନ କରିବା ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଶୁକ୍ରବାର ସନ୍ଧ୍ୟା ବେଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୀତି ନିର୍ଘଣ୍ଟ ପ୍ରସ୍ତାବ କରାଯାଇଛି । ଖୁବ ଶୀଘ୍ର ଟ୍ରଷ୍ଟବୋର୍ଡ ବୈଠକକୁ ଏହି ପ୍ରସ୍ତାବିତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ଅନୁମୋଦନ ନିମନ୍ତେ ପଠାଯିବ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗତ ବର୍ଷର ନୀତି ନିର୍ଘଣ୍ଟକୁ କାଏମ ରଖିବା ପାଇଁ ସମ୍ମତି ନିଆଯାଇଥିଲା । ପ୍ରସ୍ତାବ ଅନୁଯାୟୀ, ଭୋର ୩ଟାରେ ମନ୍ଦିର ଖୋଲାଯାଇ ମଙ୍ଗଳଆଳତି ଓ ଅବକାଶ ନୀତି କରାଯିବ । ଏହା ପରେ ରୋଷ ହୋମ, ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ, ସକାଳ ଧୂପ, ଭୁବନେଶ୍ୱରୀଙ୍କ ସକାଳ ଧୂପ, ଭୋଗ ମଣ୍ଡପ, ଛାମୁ ପରିଷ୍କାର, ଶ୍ରୀଜିଉଙ୍କ ବେଶ, ବୀର କିଶୋର ବଲ୍ଲଭ, ଶ୍ରୀଜିଉଙ୍କ ପହୁଡ଼, ସନ୍ଧ୍ୟା ଆଳତି, ଟେରାଫିଟା, ଶ୍ରୀଜିଉଙ୍କ ମାଜଣା, ଯାତ୍ରା ପୂଜା ଓ ସନ୍ଧ୍ୟା ଧୂପ ସମ୍ପନ୍ନ ହେବା ପରେ ଠିକ ରାତି ୧୦ଟାରେ ମହାଦୀପ ଉଠିବ ।

Leave A Reply

Your email address will not be published.