କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳଙ୍କୁ ମିଳିଲା ଉତ୍କର୍ଷ ଶାସନ ନୀତି ପୁରସ୍କାର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନ ନୀତି ପୁରସ୍କାର । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପଡ଼ିଆ ପଡିଥିବା ଜମିକୁ ସ୍ୱତନ୍ତ୍ର ମାଇକ୍ରୋ ଇରିଗେସନ ପ୍ରୋଜେକ୍ଟ ମାଧ୍ୟମରେ ଜଳସେଚିତ କରି ଟାଙ୍ଗରା ଭୂଇଁରେ ସବୁଜ ବିପ୍ଳବ ସୃଷ୍ଟି କରାଯାଉଛି । ଏହା ଦ୍ୱାରା ୬ଟି ଗ୍ରାମର ୩୦୦ ଗରିବ ଚାଷୀ ସେମାନଙ୍କ ଜମିରେ ଦୋ ଫସଲି ଚାଷ କରିଛନ୍ତି । ଏହା ଫଳରେ ଏହି ଗରିବ ଚାଷୀଙ୍କ ଆର୍ଥିକ ଉନ୍ନତିରେ ୬୦% ପ୍ରତିଶତ ବୃଦ୍ଧି ଘଟିଛି । ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ଉଦ୍ୟମରେ ଟାଙ୍ଗରା ଭୂଇଁରେ ସବୁଜ ଫସଲ ଅମଳ ହୋଇପାରୁ ଥିବାରୁ ଜିଲ୍ଲାପାଳ ଶ୍ରୀ ସିଂଙ୍କୁ କୃଷିକ୍ଷେତ୍ରରେ ଅଗ୍ରଗତି ପାଇଁ ରାଜ୍ୟସ୍ତରରେ ଉତ୍କର୍ଷ ଶାସନନୀତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ଜିଲ୍ଲାବାସୀ ଓ ଚାଷୀ ଜାଣିବା ପରେ ଆନନ୍ଦିତ ହେବା ସହିତ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.