ପୋଲିସ ପରିଚୟ ଦେଇ ମୋବାଇଲ ଓ ଟଙ୍କା ଲୁଟ୍‌ ଅଭିଯୋଗ

ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପରିଚୟ ଦେଇ ଜଣେ ଦୁର୍ବୃତ୍ତ ଲୋକଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଜଣେ ଅଚିହ୍ନା ଲୋକ ନିଜକୁ ପୋଲିସ ପରିଚୟ ଦେଇ ଅଞ୍ଚଳର ଅନେକ ଲୋକଙ୍କ ଠାରୁ ମୋବାଇଲ ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମୁଚୁଡିପାଙ୍ଗା ଗ୍ରାମର ବନ୍ଧନ ପ୍ରଧାନ ଏନେଇ ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବନ୍ଧନ ପ୍ରଧାନ ଦାରିଙ୍ଗବାଡି ସ୍ଥିତ ଚାରିଛକ ନିକଟରେ ଠିଆ ହୋଇଥିବା ସମୟର ଜଣେ ଅଚିହ୍ନା ଯୁବକ ନିଜକୁ ପୋଲିସ ପରିଚୟ ଦେଇ ଘରକୁ ଫୋନ କରିବି କହି ବନ୍ଧନକୁ ଫୋନ ମାଗିଥିଲେ । ବନ୍ଧନ ବିଶ୍ଵାସରେ ଅଚିହ୍ନା ଯୁବକଙ୍କୁ ନିଜ ମୋବାଇଲଟିକୁ ଦେଇଥିଲେ । ହେଲେ ଅଚିହ୍ନା ଲୋକ ଜଣକ ମୋବାଇଲ ଧରି ବାଇକରେ ଫେରାର ହୋଇ ଯାଇଥିଲେ । ଏହାପରେ ବନ୍ଧନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଭଳି ଭାବେ ଏହି ଅଚିହ୍ନା ଦୁର୍ବୃତ୍ତ ଜଣକ ଅନେକ ଲୋକଙ୍କ ଠାରୁ ନିଜକୁ ପୋଲିସ ପରିଚୟ ଦେଇ ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଅଭିଯୋଗ ପାଇବା ପରେ ଦାରିଙ୍ଗବାଡି ଥାନା ପୋଲିସ ତନାଘନା ଆରମ୍ଭ କରିଥିବା ଏସଆଇ ଜିତେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.