ଏକଦିବସୀୟ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ : ପଞ୍ଜାବ ଦଳ ଚମ୍ପିଆନ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆ ପରିସରରେ ଫିଆଟଲକ୍ସ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଟିମ୍, ଖୋର୍ଦ୍ଧା ରେଲୱେ, ପଞ୍ଜାବ ଏବଂ ୱେଷ୍ଟବେଙ୍ଗଲ ଟିମ୍ ଅଂଶଗ୍ରହଣ କରିଥିଲେ । ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ସମ୍ମାନିତ ଅତିଥି ଭାବେ ବିଜୁ ଯୁବଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ବାଲେଶ୍ୱର ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶିର ରାଉତ, ଉଦୟଜ୍ୟୋତି ମହାନ୍ତି, ବେଣୁଗୋପାଳ ମହାପାତ୍ର, ବିଦ୍ୟାଧର ଖଟୁଆ, ବିଜୟ ଲେଙ୍କା, ଶୁଭେନ୍ଦୁ ଜେନା ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ ଦଳ ଚମ୍ପିଆନ ହୋଇଥିବା ବେଳେ ବେଳେ ରନର୍ସ ଅପ ୱେଷ୍ଟବେଙ୍ଗଲ ଟିମ ହୋଇଥିଲା । ଚମ୍ପିୟାନ ଟିମ୍‌କୁ ୧୫ ହଜାର ଓ ରନର୍ସଅପ ଦଳକୁ ୧୦ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଏସ୍‌ସିସେଲର ଅଧ୍ୟକ୍ଷ ଶରତ ଦାସ ଆୟୋଜନ କରିଥିବା ବେଳେ ଖେଳ ପରିଚାଳନାରେ ଜନ୍ମେଜୟ ଦେ, ଧନଞ୍ଜୟ ତ୍ରିପାଠୀ, ଗୁରୁଚନ୍ଦ୍ର ନାୟକ, ରାଜେଶ କୁମାର ଦାସ, ବିଦ୍ୟାଧର ପୁହାଣ, ମାନସ ରଂଜନ ମିଶ୍ର ସହଯୋଗ କରିଥିଲେ । ଭାସ୍କର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ଫିଆର୍ଟ କ୍ଲବର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.