ବିଧାୟିକା ବର୍ଷା ସିଂ ବରିହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଳଲିତେଣ୍ଡୁ ନାୟକଙ୍କ ସଭାପିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ନବ ନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ଏବଂ ମହାବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସ୍ୱାଗତ କରି ଉପଢୌକନ ପ୍ରଦାନ କରିଥିଲେ । ଷ୍ଟାଫ ଆସୋସିଏସନ୍ ସେକ୍ରେଟାରୀ ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ସ୍ୱାଗତ କରି ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଥିଲେ । ଛାତ୍ରୀ ଅଞ୍ଚଳ ସାମନ୍ତରାୟ ଅନୁରୂପ ଭାବରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମହାବିଦ୍ୟାଳୟର ଉନ୍ନତି ସକାଶେ ସମସ୍ତଙ୍କର ସହଯୋଗ କାମନା ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ବିଧାୟିକା ବର୍ଷାରାଣୀ ସିଂ ବରିହା ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରି ନିଜର ଭବିଷ୍ୟତ ଗଠନ କରିବା ଉପରେ ଉଦ୍‌ବୋଧନ କରିଥିଲେ ଏବଂ ସମସ୍ତଙ୍କ ଅନ୍ତର୍ନିହିତ ଗୁଣାବଳି ପ୍ରତିପାଦନ କରିବା ପାଇଁ କହିଥିଲେ । ଅଧ୍ୟାପକ ପ୍ରଭାତ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଗଠନରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପକ ଡ଼. ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.