କମାଲ ଦେଖାଇଲେ ବଲାଙ୍ଗିରର ଝିଅ, ମିସ ଓଡିଶାରେ ପ୍ରଥମ ସ୍ଥାନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବିୟୁଟି ଏକ୍ସପୋ ସବ୍‌ଜୁନିଅର ମିସ ଓଡିଶା ଝାରସୁଗୁଡ଼ା ଜିଲ୍ଲା ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିବା ବେଳେ କମାଲ ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଝିଅ । ଗାନ୍ଧୀନଗରପଡାର ନିରଂଜନ ଶର୍ମା ଓ ସୀମା ଶର୍ମାଙ୍କ ଝିଅ ଐଶର୍ଯ୍ୟା ଶର୍ମା(୧୪) ବିୟୁଟି ଏକ୍ସପୋ ସବ୍‌ଜୁନିଅର ମିସ ଓଡିଶାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧିଥିବା ବେଳେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବଲାଙ୍ଗିର ଜିଲ୍ଲା ଲିଟିଲ ଫ୍ଲାୱାର ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ତେବେ ଜିଲ୍ଲା ପାଇଁ ଐଶର୍ଯ୍ୟା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.