ଓଲଟିଲା ମିନିବସ୍‌ : ୨ ମୃତ, ୧୦ରୁ ଅଧିକ ଆହତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆ ବସା ନିକଟସ୍ଥ ମାଙ୍କଡଡ଼ିଆଁ ନିକଟରେ ମିନିବସ୍ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛ । ଓଆର୍୦୨ବିବି୯୭୭୭ ନମ୍ବର ମିନି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ବସଟି ରାଇଗଡରୁ ବୁରାତାଲ ଫେରୁଥିବା ବେଳେ ଝଗଡାପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡ଼ିରେ ବସିଥିବା ଶିକୁଳି ପଦର ମୋହନାର ସରସ୍ଵତୀ ଶବର (୧୬) ଓ ତୁରୁବୁଡି ନିକଟସ୍ଥ ଅରଖପଦା ଗ୍ରାମର ସୁମତି ରଇତ (୨୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା କରାଇବା ନିମନ୍ତେ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଛି ।

Leave A Reply

Your email address will not be published.

error: Content is protected !!