ଚୈନପୁର ଗ୍ରାମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନ ୩ଟା ବେଳେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ଚୈନପୁର ଗ୍ରାମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଓଡ଼ିଆ ଭାଷା ଭାଷୀ ଗ୍ରାମବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରିଥିଲେ । ଅଶୋକ ଷଡ଼ଙ୍ଗୀ, ଡ. ନାଗେଶ୍ଵର ପ୍ରଧାନ, ସତ୍ୟ ପ୍ରକାଶ କର, ସରୋଜ ପ୍ରଧାନ, ପ୍ରଦୀପ ମଣ୍ଡଳ, ପୂର୍ଣ୍ଣେନ୍ଦୁ ନନ୍ଦ, ହୀରାଲାଲ ମଣ୍ଡଳ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାପାଇଁ ମତ ପ୍ରକାଶ କରିଥିଲେ । ଓଡ଼ିଆ ମଧ୍ୟ ବିଦ୍ୟାଳୟ ଚୈନପୁରକୁ ଦୀର୍ଘ ଦିନ ଧରି ବନ୍ଦ କରି ହିନ୍ଦୀ ସ୍କୁଲ ସହିତ ମିଶାଇ ଥିବା ଯୋଗୁଁ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓ ଦରକାର ପଡିଲେ ଆଗକୁ ଭୋଟ ବହିଷ୍କାର କରାଯିବା ପାଇଁ ସ୍ଥିର କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଚୈନପୁର ସହିତ ଅନ୍ୟାନ୍ୟ ଆଖପାଖ ଗାଁର ଓଡ଼ିଆ ଭାଷୀ ବହୁ ସଂଖ୍ୟକ ସ୍ତ୍ରୀ ଓ ପୁରୁଷ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସର୍ବସାଧାରଣ ମତ ଦେଇଥିଲେ ।

Leave A Reply

Your email address will not be published.