ରେଲୱେ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର : ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ । ରେଲୱେ ଚିଫ୍ କମରସିଆଲ ମ୍ୟାନେଜର ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରେଡ୍ ବେଳେ ପ୍ରମୋଦଙ୍କ ଘରୁ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ମିଳିଛି । ଏହା ସହିତ ୧୭ କେ.ଜି ଓଜନର ସୁନା ଗହଣା ଜବତ ହୋଇଛି । ଜବତ ସୁନା ଗହଣାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହା ସହ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ଜବତ ହୋଇଛି । ଏହା ସହ ପରିବାର ଲୋକଙ୍କ ନାମରେ ଥିବା ବିପୁଳ ସମ୍ପତ୍ତି ସିବିଆଇ ଜବତ କରିଛି । ୧୯୮୯ ବ୍ୟାଚ୍‌ର ଆଇଆରପିଏସ ଅଫିସର ଥିଲେ ପ୍ରମୋଦ ଜେନା । ଭୁବନେଶ୍ଵର ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା ସିବିଆଇ ।

Leave A Reply

Your email address will not be published.