କାର୍‌ ପାର୍କିଂକୁ ନେଇ ଗୋଷ୍ଠୀ ସଂଘର୍ଷ : ୧ ମୃତ

ଗଜପତି : ପାରଳାଖେମୁଣ୍ଡି ଗୋଲା ସାହିରେ କାର୍‌ ପାର୍କିଂକୁ ନେଇ ଗୋଷ୍ଠୀ ସଂଘ​‌ର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ଏସ୍ ଶ୍ରୀନିବାସ ରାଓ । ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ କାର୍‌ ପାର୍କିଂକୁ ନେଇ ବିବାଦ ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ବଚସାକୁ ନେଇ ହାତାହାତି ହୋଇଥିଲେ । ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ୍‌ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଶ୍ରୀନିବାସ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏସଂପର୍କରେ ଖବର ପାଇ ପାରଳାଖେମୁଣ୍ଡି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.