ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଯାପିତ : ପାରମ୍ପରିକ ନାଚ ଗୀତରେ ଦୁଲୁକିଲା ମଞ୍ଚ

ପାଟଣାଗଡ, (କେପିଏନ୍‌ଏସ୍‌) : ଲୋକନୃତ୍ୟ ଓ ଲୋକକଳାକୁ ନେଇ ଗୁରୁବାର ମଧ୍ୟରାତ୍ରରେ ଶେଷ ହୋଇଛି ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ । ପରମ୍ପରିକ ଲୋକନୃତ୍ୟରେ ଦୁଲୁକି ପଡିଛି ମଞ୍ଚ । ପାଟଣାଗଡ଼ ରମାଇ ହାଇସ୍କୁଲ ପଡିଆରେ ସକାଳରୁ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଲୋକଉତ୍ସବରେ ଅଂଚଳର ଶହ ଶହ ଲୋକ ଉପସ୍ଥିତ ରହି ନାଚଗୀତର ଆନନ୍ଦ ନେଇଛନ୍ତି । ଏଥିରେ ଉପଖଣ୍ଡ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ଉତ୍ସବରେ ମଞ୍ଚାସୀନ ହୋଇଥିଲେ । ବେଲପଡା, ଖପ୍ରାଖୋଲ ଓ ପାଟଣାଗଡ଼ ବ୍ଲକସ୍ତରୀୟ ଲୋକ ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା କଳାକାରମାନଙ୍କୁ ସମ୍ମାନିତ କରିବା ସହ ମାନପତ୍ର ଦିଆଯାଇଥିଲା । ଲୋକ ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ । ପରେ ଅଂଚଳର ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ଡାଲଖାଇ ରସଲକେଲି, ମଣିପୁରୀ ଆଦି ନୃତ୍ୟ ପରିବେଷଣ ହୋଇଥିଲା । ସନ୍ଧ୍ୟାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ଦେଇଥିଲେ । ଲୋକଉତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ବିଭିନ୍ନ ସ୍ଥଳ ଆୟୋଜନ କରାଯାଇଥିଲା । ଯେଉଁଥିରେ ମଡ଼ା ପିଠା ଖାଇବାର ମଜା ନେଇଥିଲେ ଲୋକେ । ୨ ବର୍ଷ ପରେ ଲୋକ ମହୋତ୍ସବ ଅନୁଷ୍ଠିତ ହେଇଥିବାରୁ ବହୁ ଲୋକ ଭିଡ଼ ଦେଖବାର ଜମିଥିଲା ।

Leave A Reply

Your email address will not be published.

error: Content is protected !!