ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ବହୁ ଦିନରୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ତଥା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରାଯାଇଥିଲେ ହେଁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ମ.ରାମପୁର ଜାଗରଣ ମଞ୍ଚ ତରଫରୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଗତ ଇଲେକ୍ସନ ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅଳ୍ପ ଦିନ ଭିତରେ ଡାକ୍ତର ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଅଦ୍ଦ୍ୟାବଧି ଡାକ୍ତର ନିଯୁକ୍ତି ଦିଆଯାଇ ନାହିଁ ବରଂ ଥିବା ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି । ସ୍ପେସାଲିଷ୍ଟ ଡାକ୍ତରଙ୍କ ସମେତ ୧୦ ଡାକ୍ତର ରହିବା କଥା ହେଲେ ଅଛନ୍ତି ଦୁଇ । ଏବେ ମଧ୍ୟ ଅଳ୍ପଦିନ ଭିତରେ ଡାକ୍ତର ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏଥର ଯଦି ଦାବୀ ପୂରଣ ନ ହୁଏ ତେବେ ରାସ୍ତାରୋକ, ଧର୍ମଘଟ ଭଳି ଆନ୍ଦୋଳନ କରିବୁ ବୋଲି ମତ ପ୍ରକାଶ ପାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ବିଭୂତି ଭୂଷଣ ମହାଖୁଡ଼, ପ୍ରକାଶ ମାଝୀ, ରାଜ କୁମାର ସିଂହଦେଓ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!