ବ୍ରାଉନସୁଗର ଜବତ : ୧ ଗିରଫ

କୋଣାର୍କ : ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗର, ଚୋରା ବିଦେଶୀ ମଦ କାରବାର ବଢୁଥିବା ଅଭିଯୋଗ ହେଉଛି । ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମାଧିପୁର ଛକ ନିକଟରେ ଚଢ଼ାଉ କରି ମଣ୍ଟୁ ଭୋଳ(୧୯)ଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ତାଙ୍କ ନିକଟରୁ ୪୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ୬୦ ହଜାର ଟଙ୍କାରୁ ଅଧିକ ହେବ । କୋଣାର୍କ ଅବକାରୀ ଥାନା କେସ ନଂ ୧୨୦/୨୨-୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାରକୁ ପଠାଯାଇଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ, ଦୀନବନ୍ଧୁ ବାରିକ, ସେକ ୱାରିସ, ଆଶିଷ ପ୍ରଧାନ ସାମିଲ ହୋଇଥିଲେ ।

Leave A Reply

Your email address will not be published.