pr

ଜାନୁଆରୀ ମାସ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଶୁଣାଣି ନିମ୍ନରେ ପ୍ରଦତ୍ତ କାର୍ଯ୍ୟସୂଚୀ ତାରିଖ ପ୍ରକାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।

ବୃହତ୍ତର ଗଞ୍ଜାମ ଜିଲ୍ଲାର ଜନସାଧାରଣ ସେମାନଙ୍କ ଅଭିଯୋଗ ନିର୍ଦ୍ଧାରିତ ଦିନ ଓ ସ୍ଥାନଗୁଡିକରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣାଇ ପାରିବେ । ଜାନୁୟାରୀ ୯ ତାରିଖ ଦ୍ୱିତୀୟ ସୋମବାର ଦିନ ଚିକିଟି ବ୍ଲକ୍ କାର୍ଯ୍ୟାଳୟରେ, ଜାନୁୟାରୀ ୧୬ ତାରିଖ ତୃତୀୟ ସୋମବାର ଦିନ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ଜାନୁୟାରୀ ୨୩ ତାରିଖ ଚତୁର୍ଥ ସୋମବାର ନେତାଜୀଙ୍କ ଜୟନ୍ତୀ ଦିବସ ଛୁଟି ହେତୁ ଜାନୁୟାରୀ ୨୪ ତାରିଖ ମଙ୍ଗଳବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ହେବ ଏବଂ ଜାନୁୟାରୀ ୩୦ ତାରିଖ ପଞ୍ଚମ ସୋମବାର ଦିନ ହିଞ୍ଜିଳି ବ୍ଲକଠାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସରକାରୀ ଭାବେ କୁହାଯାଇଛି ।

nrusinghnath
Leave A Reply

Your email address will not be published.