ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସ୍ଥିତ ଝାଙ୍କରପାଲିଠାରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଗତ ବହୁବର୍ଷ ଧରି ଝାଙ୍କରପାଲିଠାରେ ଏକ ଖେଳ ପଡିଆ ପାଇଁ ଦାବୀ ହୋଇ ଆସୁଛି । ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଥିବା ସତ୍ତ୍ୱେ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଖେଳ ପଡିଆ ନଥିବା ଅତ୍ୟନ୍ତ ଦୁଃଖର ବିଷୟ । ଝାଙ୍କରପାଲି ଗ୍ରାମ ଯାହା ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ହୋଇଥିଲେ ମଧ୍ୟ ଏ ଯାଏଁ ଏକ ଖେଳପଡିଆ ନହେବା ଯୋଗୁଁ ବିଭିନ୍ନ କ୍ରୀଡ଼ା ପ୍ରତି ରୁଚି ରଖୁଥିବା କ୍ରୀଡାବିତ୍ ତଥା ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ହୋଇପାରୁ ନାହିଁ କି କ୍ରୀଡା ପ୍ରତି ରୁଚି ରଖିଥିବା ପ୍ରତିଭା ଆଗକୁ ଆସିପାରୁ ନାହାଁନ୍ତି । ଗ୍ରାମର ଯୁବ କ୍ରୀଡାବିତ ତଥା ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଖେଳ ପଡିଆ ପାଇଁ ଜଣାଇଥିଲେ ସୁଦ୍ଧା ଏ ଯାଏଁ କିଛି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏଣୁ ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦେଇ ଗ୍ରାମରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ଉଚିତ୍ ପଦକ୍ଷେପ ନେଲେ ଗ୍ରାମବାସୀ ତଥା ଅନେକ କ୍ରୀଡାବିତ୍ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି ।
Next Post