ଶିବତଲା, (କେପିଏନ୍ଏସ୍) : ଶିବତଲାର ସେବା ଶାନ୍ତି ସଂଗଠନ ଦ୍ୱାରା ନିଆରା ଢଂଗରେ ନବବର୍ଷ ୨୦୨୩ ପାଳନ କରାଯାଇଛି । ଶିବତଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କରିବା ସହ ନୂତନ ଚାରା ରୋପଣ କରାଯାଇଛି । ପୂର୍ବରୁ ମଧ୍ୟ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ମାଧ୍ୟମରେ ଉକ୍ତ ସଂଗଠନର ସଦସ୍ୟମାନେ ନବବର୍ଷକୁ ନିଆରା ଢଂଗରେ ପାଳନ କରି ଆସୁଥିଲେ । ବର୍ତ୍ତମାନ ଉକ୍ତ ନାମ ପରିବର୍ତ୍ତନ କରି “ସେବା ଶାନ୍ତି ସଂଗଠନ” କରାଯାଇଛି । ସେବା ହିଁ ପରମ ଧର୍ମ । ଏହାକୁ ସତ୍ୟତାର ରୂପ ଦେବାକୁ “ସେବା ଶାନ୍ତି ସଂଗଠନ” ଗଠନ କରି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରକୃତିର ସୁରକ୍ଷା ଦିଗରେ ନିଜକୁ ସମର୍ପିତ କରିବା ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ହିଁ ପରମ ଲକ୍ଷ୍ୟ । ଉକ୍ତ ସଂଗଠନର ସଭାପତି ନବୀନ ସାହୁ, ସଂପାଦକ ହୋଲିଶ୍ୱର ଧରୁଆ ତଥା ପୋଷ୍ଟ ମାଷ୍ଟର ଗୋପାଳ ବେହେରା, ଅବସରପ୍ରାପ୍ତ ଖେଳ ଶିକ୍ଷକ ଭୋଜରାଜ ବେହେରା, ସଭ୍ୟ ହିତେଶ ମେହେର ସଂଗଠନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସଂଗଠନର ସଭ୍ୟ ରିଂକୁ ଦାସ, କୁନା ବେହେରା, ବଳରାମ ସାହୁ, ବ୍ରହ୍ମା ଭୋଇ, ପଂଞ୍ଚାନନ ଦନ୍ତା, ଦିଲିପ ସାହୁ, ବିଜୟ ବାଗ, ବିକନ ପୁଟେଲ, ଗୁଲାପ ଦାସ, ଦେବ ପୁଟେଲ, କିଶୋର କଲତା, ସରୋଜ ପସାୟତ, ମଧୁସୁଦନ ପୁଟେଲ, ସୁବନ ଗଡୁଆ, ତପନ ନାଏକ, ସୁଶାନ୍ତ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।