oom

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ : ବଲାଙ୍ଗିର ପୌରାଂଚଳରୁ ୬, ପାଟଣାଗଡ଼ ଏନ୍‌ଏସି.ରୁ ୭

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୫ ଓ ୨୧ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୧୮ରୁ ୪ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଝରିଆଲ୍‌ ଗ୍ରା.ପ.ରୁ ୧, ଚୁଲିଫୁଙ୍କା ଗ୍ରା.ପ.ରୁ ୧ ଏବଂ ତୁରେକେଲା ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ବାହାବଲ ଗ୍ରା.ପ.ରୁ ୧, ନୁନହାଡ଼ ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ୍‌ ରୁଷୁଡ଼ା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବାଦିବାହାଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଗୁଡ଼ିଘାଟ ଗ୍ରା.ପ.ରୁ ୨, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ୩ ଓ ୧୩ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । ସଇଁନ୍ତଲା ବ୍ଲକ୍‌ ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୩ରୁ ୧, ୭ରୁ ୧, ୧୪ରୁ ୨ ଏବଂ ୧୫ରୁ ୧ ଏବଂ ତୁରେକେଲା ବ୍ଲକ୍‌ ମହଖଣ୍ଡ ଗ୍ରା.ପ.ରୁ ୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି । ଆଶ୍ୱସ୍ତର ବିଷୟ ଯେ, ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୭୬୬୦ ଜଣ କରୋନା ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟ ୭୨୫୩ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ ମାତ୍ର ୩୭୪ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

jittmm
Leave A Reply

Your email address will not be published.