ଦୁଇ ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଆଜି ପିପଲମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ୨ଟି ଅଚିହ୍ନା ଶବ ସତ୍କାର କରାଯାଇଛି । ଗତ ଦୀପାବଳି ଦିନ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଠାରେ ଟ୍ରକ ଓ ଟେମ୍ପୁ ମଧ୍ୟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଳକ ସମେତ ମୋଟ ତିନି ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଚାଳକ ଜଣକ ବଲାଙ୍ଗିର ୱାର୍ଡ ନମ୍ବର ୭ର ବାସିନ୍ଦା ହୋଇଥିବା ବେଳେ ତାର ଶବ ତାଙ୍କର ପରିବାର ଲୋକେ ଆସି ନେଇଯାଇଥିଲେ । ହେଲେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳି ପାରି ନଥିବାରୁ ଶବ ବ୍ୟବଚ୍ଛେଦ ପରେ ବରଗଡ଼ ଶବ ସଂରକ୍ଷଣ ଗୃହରେ ଦୀର୍ଘ ୭୨ ଘଣ୍ଟା ପର୍ୟ୍ୟନ୍ତ ରଖାଯାଇଥିଲା । ହେଲେ ତାଙ୍କର କେହି ଆତ୍ମୀୟ ସ୍ଵଜନ ଆସି ନଥିବାରୁ ଆଜି ବରଗଡ଼ ପୋଲିସର ଅନୁରୋଧ କ୍ରମେ ସଂକଳ୍ପ ପରିବାର ବରଗଡ଼ ପିପଲମୁଣ୍ଡା ଠାରେ ତାଙ୍କର ଶବ ସତ୍କାର କରିଥିଲା । ସଂକଳ୍ପ ପରିବାରର ସଦସ୍ୟ ଜି.ରମେଶ ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପର ସଭାପତି ରୋହିତ ଜସ୍ୱାଲ, କୋଷଧକ୍ଷ୍ୟ ଲିଙ୍ଗରାଜ ସାହୁ, ସୁମନ୍ତ ଭୋଇ, ସନ୍ତୋଷ ଦନ୍ତା, ନିଲେଶ ପ୍ରଧାନ ପ୍ରମୁଖ ଶବ ସତ୍କାରରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.