oom

ବ୍ଲକସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm

ଥୁଆମୂଳ ରାମପୁର : କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୩ ପାଳନ ଅବସରରେ ପଞ୍ଚାୟତ ସ୍ତରରୁ ବ୍ଲକ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଭବାନୀପାଟଣାରେ ଆସନ୍ତା ୧୪ ତାରିଖରୁ ୩ ଦିନ ଧରି ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ’ଘୁମୁରା’ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଇତି ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ବ୍ଲକ ସ୍ତରରେ ପାଳିତ ହେଉଛି । କଳା, ସଂସ୍କୃତି, କ୍ରୀଡା ଏବଂ ବିଭିନ୍ନ ପ୍ରତିଭାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଶନିବାର ଥୁଆମୂଳ ରାମପୁର ବ୍ଲକରେ ବ୍ଲକସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ମନୋନୀତ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ସମେତ ଥୁଆମୂଳ, ଗୋପାଳପୁର, ତଳଝାପି, ବାଗଡିଆଣି, ବଡଛତ୍ରଙ୍ଗ, ଗୋପୀନାଥପୁର ଏବଂ କେରପାଇ ଗ୍ରାମ ପଞ୍ଚାୟତର ଦଳଙ୍କ ମଧ୍ୟରେ ଖେଳା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଥୁଆମୂଳ ରାମପୁର ଏବଂ ଗୋପାଳପୁର ପଞ୍ଚାୟତ ଦଳ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗୋପାଳପୁର ପଞ୍ଚାୟତର ଦଳକୁ ହରାଇ ଥୁଆମୂଳ ରାମପୁର ପଞ୍ଚାୟତ ଦଳ ଚାମ୍ପିୟନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଏବିଡିଓ ଭରତ କୁମାର ମେହେର, ଗୋପାଳପୁର ସରପଞ୍ଚ ବେଣି ମାଝୀ ଏବଂ ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଜିପିଇଓ ଜ୍ଞାନ ରଞ୍ଜନ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା ଦାୟିତ୍ୱ ନେଇଥିଲେ ପୁର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ଗୋପାଳପୁର ହାଇସ୍କୁଲର ଖେଳ ଶିକ୍ଷକ ଚାଞ୍ଚଲ୍ୟ ବାଗ । ସିଆର୍‌ସିସି ସୁନାଧର ମାଝୀ ସ୍କୋରର ଭାବେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.