oom

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ପାଳନ ସହ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ମହାନ୍ତି, ଜଗଦା ସାଂସ୍କୃତିକ ପରିଷଦର ସଭାପତି ପିତାମ୍ବର ଲେଙ୍କା, ପରିଷଦର ଉପସଭାପତି ଦେଓନିସ ଲାକ୍ରା ପ୍ରମୁଖ ଯୋଗଦେଇ ବଡଦିନର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭୁ ଯୀଶୁଙ୍କ ବାଣୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ମଣିଷ ମଣିଷ ମଧ୍ୟରେ ଶାସ୍ୱତ ପ୍ରେମ ଓ ଭାଇଚାରା ସହ ନିଜକୁ ମାର୍ଜିତ ତଥା ସଂସ୍କାରିତ ହେଲେ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଡଃ ମଲ୍ଲିକ ହୃଦୟକୁ ସ୍ୱଚ୍ଛ କଲେ ଜୀବନ ସଫଳ ହେବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ମହାନ୍ତି, ଶ୍ରୀ ଲେଙ୍କା ଓ ଶ୍ରୀ ଲାକ୍ରା ସେମାନଙ୍କ ବକ୍ତବ୍ୟରେ ପ୍ରେମକୁ ଗୁରୁତ୍ୱ ଦେବା ସହ ସମସ୍ତେ ସମସ୍ତଙ୍କର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବଡଦିନର କେକ କଟାଯାଇଥିବା ବେଳେ ଦେଓନିସ କିଣ୍ଡୋ ବାଇବେଲ ପାଠ କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ଦାସ ସ୍ୱାଗତ ଭାଷଣ ଓ ସଭାପତିତ୍ୱ ଅଭିଭାଷଣରେ ଡଃ ଦତ୍ତ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ସହଭାଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଭାତ ମହାନ୍ତି, ସୁରେଶ ଦଳବେହେରା, ପ୍ରଫୁଲ୍ଲ ଦାସ, ମହେଶ୍ଵର ସାହୁ, ଅମୂଲ୍ୟ ପୁହାଣ, ଅନିଲ କୁମାର ବାଲଚାନ୍ଦନୀ, ବିଷ୍ଣୁଚରଣ ନାୟକ, ଧୀରେନ୍ଦ୍ର ସେନାପତି, ମନୋଜ ସାହୁ, ଅଗସ୍ତି ଦାସ, ଅଧର ବାରିକ, ସୁନିଲ୍ ରାୟ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ଧଳ, ହରମୋନ୍ ଲାକ୍ରା, ନିରଞ୍ଜନ ନାୟକ, ସୁରଥ ବାଗ, କାହ୍ନୁ ଚରଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିବା ବେଳେ କ୍ରିତିକା ପାଢୀ, ସାହିଲ ସେନାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.