ଆଜି ଜାତୀୟ ଗଣିତ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଗଣିତ ଦିବସ । ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ । ପ୍ରତିବର୍ଷ ଡିସେମ୍ବର ମାସ ୨୨ ତାରିଖକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ । ଅଧିକାଂଶ ସ୍କୁଲରେ ଏହି ଦିବସ ପାଳନ ଉପଲକ୍ଷେ ଗଣିତ ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ସ୍ମରଣ କରି ଗଣିତ ବିଷୟରେ ଅଧିକ ଅବଗତ ହେବା । ଆସନ୍ତୁ ଗଣିତଜ୍ଞ ରାମାନୁଜନଙ୍କ ବିଷୟରେ କିଛି ଜାଣିବା ।

ଶ୍ରୀନିବାସ ରାମାନୁଜନ ୧୮୮୭ ମସିହା ଡିସେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଗଣିତଜ୍ଞ ଭାବେ ବେଶ ପରିଚିତ । କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଅମୂଲ୍ୟ ଅବଦାନ ପାଇଁ ସେ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍‌ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣାପଡ଼ିଛି । ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି । ଇଂରାଜୀ ଗଣିତଜ୍ଞ ଜି.ଏଚ୍‌. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ ବର୍ଣ୍ଣନା କରିଥିଲେ ।

ଯେଉଁମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ‘ଫର୍ମାଲିଷ୍ଟ’ (ୠକ୍ଟକ୍ସଜ୍ଞବକ୍ଷସଗ୍ଦଗ୍ଧ) କୁହାଯାଏ । ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ । ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍‌. ହାର୍ଡ଼ି । ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା । ‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ’ ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ ।

ପ୍ରତିଦିନ ରାମାନୁଜନ୍‌ ପ୍ରାୟ ଅଧାଡଜନ୍‌ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାଉଥିଲେ । ଏହି ଉପପାଦ୍ୟମାନଙ୍କର ପ୍ରମାଣ ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରୁଥିଲେ । ରାମାନୁଜଙ୍କର ଉତ୍ତର – ପ୍ରମାଣ ଆଉ କ’ଣ? ଏହି ଉପପାଦ୍ୟଗୁଡିକ – ସ୍ପଷ୍ଟଭାବରେ ତାଙ୍କୁ ଦେଖାଯାଉଛି । ସେ କହୁଥିଲେ “ଇଦ୍ଭ ରକ୍ତଙ୍କବଗ୍ଧସକ୍ଟଦ୍ଭ ଲକ୍ଟକ୍ସ ଜ୍ଞର ଷବଗ୍ଦ ଦ୍ଭକ୍ଟ ଜ୍ଞରବଦ୍ଭସଦ୍ଭଶ ଙ୍କଦ୍ଭକ୍ଷରଗ୍ଦଗ୍ଦ ସଗ୍ଧ ରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦରଗ୍ଦ ବ ଗ୍ଧଷକ୍ଟଙ୍କଶଷଗ୍ଧ କ୍ଟଲ ଏକ୍ଟୟ.’ ରାମାନୁଜନ୍‌ ଇଂଲଣ୍ଡରେ ପ୍ରାୟ ପାଞ୍ଚବର୍ଷ ପ୍ରଫେସର ହାର୍ଡିଙ୍କ ସହିତ ରହିଲେ । ଏହି ସ୍ୱଳ୍ପ ସମୟ ମଧ୍ୟରେ ରାମାନୁଜଙ୍କୁ ଅନାୟାସରେ ଦୃଶ୍ୟ ହେଉଥିବା ନୂଆ ନୂଆ ଉପପାଦ୍ୟଗୁଡ଼କିର ପ୍ରମାଣ କିପରି କରିବାକୁ ହୁଏ, ତାହା ପ୍ରଫେସର ହାର୍ଡି ଶିଖାଇଥିଲେ ।

ହାର୍ଡିଙ୍କର ବକ୍ତବ୍ୟ ଥିଲା ସେ ରାମାନୁଜଙ୍କ ନିକଟରୁ ଅନେକ ଶିକ୍ଷାଲାଭ କରିଛନ୍ତି ଏବଂ ରାମାନୁଜଙ୍କୁ ସେ ଯେଉଁ ଶିକ୍ଷା ଦେଇଛନ୍ତି ତାହା ନିଜେ ଲାଭ କରିଥିବା ଶିକ୍ଷାଠାରୁ ଯଥେଷ୍ଟ କମ୍‌ । ବିନା ପ୍ରମାଣରେ ଉପପାଦ୍ୟ ସୃଷ୍ଟି କରିଥିବା ରାମାନୁଜଙ୍କୁ ହାର୍ଡି କଦାପି ଜୋର୍‌ କରି ପ୍ରମାଣ ସମ୍ବନ୍ଧରେ କହିନାହାନ୍ତି, କାରଣ ଏହା ଫଳରେ ରାମାନୁଜଙ୍କ ହୃଦୟରେ ଆଘାତ ଲାଗିବ ଓ ଏହାଦ୍ୱାରା ତାଙ୍କର ଅର୍ନ୍ତଦୃଷ୍ଟି (ସଦ୍ଭଗ୍ଧଙ୍କଗ୍ଧସକ୍ଟଦ୍ଭ) ବାଧାପ୍ରାପ୍ତ ହେବ । ବରଂ ହାର୍ଡି କହୁଥିଲେ ଯଦି ରାମାନୁଜନ୍‌ ଯଥା ସମୟରେ ପାଶ୍ଚାତ୍ୟ ଗଣିତ ଶିକ୍ଷା କରିଥାନ୍ତେ, ଯେ କୌଣସି ଇଉରୋପୀୟ ଗଣିତଜ୍ଞଙ୍କ ପରି ନିଶ୍ଚୟ ବିଶ୍ୱରେ ଏକ ପ୍ରସିଦ୍ଧ ଗଣିତଜ୍ଞ ହୋଇ ପାରିଥାଆନ୍ତେ । କାରଣ ପାଶ୍ଚାତ୍ୟ ଗଣିତର ପ୍ରଭାବରେ ତାଙ୍କର ସ୍ୱଭାବିକ ବିଚାରବୁଦ୍ଧି ପ୍ରଭାବିତ ହୋଇଥାଆନ୍ତା ଏବଂ ଗଣିତ ଜଗତ ଲାଭବାନ ହେବା ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତା । ଅନନ୍ତ ଶ୍ରେଣୀ, ଅବିରତ ଭଗ୍ନାଂଶ, ସଂଖ୍ୟାତତ୍ତ୍ୱ, ଉପବୃତୀୟ ଫଳନ ଆଦି କ୍ଷେତ୍ରରେ ସେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥିଲେ । ସେ ୩୨ ବର୍ଷ ବୟସରେ ୧୯୨୦ ମସିହା ଅପ୍ରେଲ ୨୬ ତାରିଖରେ ଦେହତ୍ୟାଗ କରିଥିଲେ ।

ତାଙ୍କର ଏହି ଅବଦାନ ପାଇଁ ତାଙ୍କୁ ସ୍ମରଣ ନିମନ୍ତେ ଡିସେମ୍ବର ୨୨ ତାରିଖ ତାଙ୍କ ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ ।

Leave A Reply

Your email address will not be published.