ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ନର୍ଲା ଆଦର୍ଶ ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀ ଚୟନ ହେବା ପରେ ନର୍ଲା ଅଞ୍ଚଳରେ ଖୁସିର ଲହରୀ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କଳାହାଣ୍ଡିର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଗତକାଲି ଉଦ୍‌ଯାପିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ଏହି ମେଳା ଉଦ୍‌ଘାଟନ କରିଥିଲେ । ସମାରୋହରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୭୧ଟି ପ୍ରୋଜେକ୍ଟ ଅଂଶ ଗ୍ରହଣ କରିଥିଲେ । ସେ ମଧ୍ୟରୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ଅଂଶ ଗ୍ରହଣ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ଆଦ୍ୟା ଅଗ୍ରୱାଲ ଓ ସ୍ୱୟମ୍ ସ୍ୱାଗତ କର ଚୟନ ହୋଇଥିବାରୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଖମାରୀ ଉଭୟ ଛାତ୍ରଛାତ୍ରୀ ଦୁଇଜଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Leave A Reply

Your email address will not be published.

error: Content is protected !!