pr

ଘୁଚାପାଲି ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସଭାରେ ଗିରିଧାରୀ କଲାରୀଙ୍କ ସଭାପତିତ୍ୱରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୨ ଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ କୁବେର ରଣା, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ବାରିକ, ସମ୍ମାନିତ ଅତିଥି ଭାବରେ ମହାଦେବ ବେହେରା, ରାଜକୁମାର ସ୍ୱାଇଁ, ନିରଞ୍ଜନ ହରିଜନ, ଯଦୁମଣି ଡନସନା, ଶୁକଦେବ ମହାନନ୍ଦ, ନାରାୟଣ ମେହେର, ପ୍ରଶାନ୍ତ ସାହୁ, ଦୀପକ ରଞ୍ଜନ ନାଗ, କେଦାରନାଥ ରାଉତ ମଞ୍ଚାସୀନ ଥିଲେ । ଏହି ସଭାରେ ମଞ୍ଚ ପରିଚାଳନା ଡୋଲାମଣୀ ମହାର କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଲୁହାର ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗୋକୁଳା ନନ୍ଦ କଲେତ, ଅନିରୁଦ୍ଧ କଲେତ, ଡେଲହାଉସି ନାଗ ପ୍ରମୁଖ ବିଦ୍ୟାଳୟରେ ପଢୁଥିବା ସମୟର ଅନୁଭୂତି ବଖାଣି ଥିଲେ । ଏହି ସଭାରେ ହାସ୍ୟ କବି ରଂଜିତ ପ୍ରଧାନ ଏବଂ ଗୌରଚରଣ ସା ନିଜର କବିତା ଦ୍ୱାରା ସମସ୍ତଙ୍କ ମନୋରଞ୍ଜନ କରିଥିଲେ । ଘୁଚାପାଲି ପରି ଏକ ଉପାନ୍ତ ଗାଁରେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ହେଉଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରିତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭାପତିଙ୍କ ଦ୍ୱାରା ଉଦ୍‌ଘାଟନୀ ଦିବସର ସଭା ସାଙ୍ଗ କରାଯାଇଥିଲା ।

nrusinghnath
Leave A Reply

Your email address will not be published.