pr

ବଲାଙ୍ଗିର ତୈଳିକ ବୈଶ୍ୟ ସମାଜ ତରଫରୁ ରକ୍ତଦାନ ଶିବିର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜ ଏବଂ ଯୁବ କମିଟିର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ନଗର ସଭାପତି ରେବତୀକାନ୍ତ ସାହୁ, ସଂପାଦକ ଧୃବଚରଣ ସାହୁଙ୍କ ନେତୃତ୍ୱରେ ସମାଜର ଅନେକ ସଭ୍ୟ ରକ୍ତଦାନ କରିଥିଲେ । ଅନୁଷ୍ଠିତ ଶିବିରରେ ଯୁବ କମିଟିର ସଭାପତି ଅନୁପ ସାହୁ, ସାଂଗଠାନିକ ସଂପାଦକ ଆଶୁତୋଷ ସାହୁ, ସମାଜର ଜାତି ଭାଇ ଆକାଶ ସାହୁ, ପୁଷ୍ପକ ସାହୁ, ଅଞ୍ଜନ ସାହୁ, ଅଭିଜିତ ସାହୁ, ନାରାୟଣ ସାହୁ, ଯୋଗେଶ୍ୱର ସାହୁ, ଜିତେନ୍ଦ୍ର ସାହୁ, ସର୍ବେଶ୍ୱର ସାହୁ, ସୋମନାଥ ସାହୁ, ବିଧୁ ସାହୁ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ଏହି ଅବସରରେ ଜିଲ୍ଲା କମିଟିର ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ସାଂଗଠାନିକ ସଂପାଦକ ବିକାଶ ରଂଜନ ସାହୁ, ବରିଷ୍ଠ ସଦସ୍ୟ କୃଷ୍ଣ ବିହାରୀ ସାହୁ, ପରମାନନ୍ଦ ସାହୁ, ପ୍ରମୋଦ ସାହୁ, ପ୍ରଶାନ୍ତ ସାହୁ, ରାଜନ ସାହୁ, ଅଶୋକ ସାହୁ, ଆଶିଷ ସାହୁ ତଥା ମହିଳା କମିଟିର ସଦସ୍ୟା ସ୍ପଇଟି ସାହୁ, କଲ୍ୟାଣି ସାହୁ ଏବଂ ସବିତା ସାହୁ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.