oom

ଗୌଡଗୋଠ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : କୁଲିଆବାହାଲ ଚାମ୍ପିୟନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ହାଇସ୍କୁଲ ପଡ଼ିଆରେ ଓମ୍ ସାଇ ରାମ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୫ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ କୁଲିଆବାହାଲ ୭ ଓଭରରେ ୬୫ ରନ୍‌ କରିଥିବା ବେଳେ ବଡଙ୍ଗୋମୁଣ୍ଡା ୭ ଓଭରରେ ୬୨ ରନ୍‌ ସଂଗ୍ରହ କରି ପରାଜିତ ବରଣ କରିଥିଲା । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଯତି ଧରୁଆ ଓ ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଅକ୍ଷୟ ମିର୍ଧା ପୁରସ୍କୃତ ହୋଇଥିଲେ । ବିଜୟାନନ୍ଦ ରଣା ଓ ଅକ୍ଷୟ ସାହୁ ଖେଳ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ରଣା ସ୍କୋରିଙ୍ଗ ଦାୟିତ୍ଵ ତୁଲାଇ ଥିଲେ । ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ବିଡିସିସି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ପୂର୍ବତନ ସରପଂଚ ଅଶୋକ ରଣା ଉପସ୍ଥିତ ରହିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିକାଶ ସାହୁ, ସମ୍ମାନିତ ଅତିଥି ଭାବେ ସମବାୟ ସଭାପତି ଟିକେରାମ ରଣା, ସମ୍ପାଦକ ଦୁର୍ଯ୍ୟାଧନ ରଣା, ନରସିଂହ ସାହୁ, ଗଦନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଖେଳ ପରିଚାଳନାରେ ଓମ୍ ସାଇ ରାମ କ୍ରିକେଟ କ୍ଲବର ସମସ୍ତେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.