କ୍ରେନ ବୋଝେଇ ଟ୍ରଲରକୁ ପଟିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ଛକରେ ନିକଟରେ ସଡ଼କ ଦୁର୍ଘଟଣା । ଏକ କ୍ରେନ ବୋଝେଇ ଟ୍ରଲରକୁ ପଟିଲା କୋଇଲା ବୋଝେଇ ଟ୍ରକ । ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ସକାଳୁ ବ୍ରହ୍ମପୁରରୁ ଅନୁଗୁଳ ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ କ୍ରେନ ବୋଝେଇ ଟ୍ରଲର ଏବଂ କୋଇଲା ବୋଝେଇ ଟ୍ରକ ମଧ୍ୟରେ ହରିକୁଣ୍ଡବରଡ଼ି ଛକରେ ଦୁର୍ଘଟଣା ଘଟିଛି ।

ଆଗରେ ଯାଉଥିବା କ୍ରେନ ବୋଝଇ ଟ୍ରଲରକୁ ପଛପଟୁ କୋଇଲା ବୋଝେଇ ଟ୍ରକ ଶକ୍ତ ଧକ୍କା ଦେଇଥିଲା । ଫଳରେ ଟ୍ରଲରରୁ କ୍ରେନ ବାହାରି କୋଇଲା ବୋଝେଇ ଟ୍ରକର ଆଗ ପାର୍ଶ୍ୱରେ ପସି ଯାଇଥିଲା । ସୌଭାଗ୍ୟବଶତଃ ଉକ୍ତ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.