oom

ଓଡିଶା ସ୍କୁଲ କଲେଜ ଶିକ୍ଷକ, କର୍ମଚାରୀ ସମନ୍ଵୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବିକଳ ସପ୍ତମ ବେତନ ପ୍ରଦାନ କରିବା, ୨୦୧୮ର ଗ୍ରାଣ୍ଟ ଇନଇଡ଼ ନିୟମ ପ୍ରକାରରେ ହିନ୍ଦୀ, ସଂସ୍କୃତ, ଅଣତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ସପ୍ତମ ବେତନ ପ୍ରଦାନ କରାଯାଉ, ଚାକିରି ସର୍ତ୍ତାବଳୀ ସମେତ ପୁରୁଣା ପେନସନ ପ୍ରଦାନ କରିବା ସମେତ ଆଠ ଦଫା ଦାବୀ ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ, କର୍ମଚାରୀ ସମନ୍ୱୟ ସମିତି ତରଫରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବୀପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ସମନ୍ୱୟ ସମିତି ପକ୍ଷରୁ ଶତାଧିକ ଶିକ୍ଷକ ଓ କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିନିଧି ଦଳ ସମ୍ବଳିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ ବେଳେ ଓଷ୍ଟା ସମ୍ପାଦକ ବିଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡ଼ଃ ବିଜୟ ଚନ୍ଦ୍ର ମହାରଣା, ଭିକାରୀ ଗୌଡ଼, ମନୋଜ କୁମାର ପଣ୍ଡା, ଏସ୍‌. ସଂଜୟ କୁମାର ରେଡ୍ଡୀ, ମନୋଜ କୁମାର ପଣ୍ଡା, ସିମାଞ୍ଚଳ ପଟ୍ଟନାୟକ, ବି. ଶ୍ରୀନିବାସ, ପ୍ରକାଶ ଚନ୍ଦ୍ର ପ୍ରଧାନ, ତ୍ରିପତି ବିଷୋୟୀ, ରାମଚନ୍ଦ୍ର ପଳାଇ, ଅଶୋକ ଦଳାଇ, ପ୍ରକାଶ ପାଣିଗ୍ରାହୀ ଓ ସୁର ପ୍ରସାଦ ଶତପଥିଙ୍କ ସମେତ ବହୁ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.