ଉଲୁଣ୍ଡା ବ୍ଲକ ସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଢା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ହାଇସ୍କୁଲ, ଉଲୁଣ୍ଡା ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅରିତିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁକେଶ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଭିଯାନକୁ ଉଦ୍‌ଘାଟନ କରିଛନ୍ତି । ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର ସମ୍ମାନୀତ ଅତଥି ଭାବରେ ଯୋଗଦେଇଥିଲେ । ଆୟୋଜିତ ହୋଇଥିବା ଭବ୍ୟ ସଭାରେ ଉଲୁଣ୍ଢା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ନଳିନୀ କୁମ୍ଭାର ଅଧ୍ୟକ୍ଷତା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ସଭା ସଂଯୋଜନା କରିଥିଲେ । ବରିଷ୍ଠ ଜୁନିଅର ରେଡକ୍ରସ ପରାମର୍ଶଦାତା ପ୍ରଶନ୍ନ କୁମାର ଶତପଥି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆଗାମୀ ଦିନରେ ବ୍ଲକ ତଥା ଜିଲ୍ଲାର ସମସ୍ତ ହାଇସ୍କୁଲ ଏବଂ ଅପର ପ୍ରାଇମେରୀ ସ୍କୁଲରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବ୍ୟାପୀ ସେବା ସଂଗଠନ ରେଡକ୍ରସର ସପ୍ତନୀତିରେ ଉଦବୁଦ୍ଧ କରାଯିବାକୁ ଜିଲ୍ଲା ଜୁନିଅର ରେଡକ୍ରସ ଯୋଜନା କରିଛନ୍ତି । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ୨୧ ଟି ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ମାନେ ଅଭିଯାନରେ ଯୋଗ ଦେଇଛନ୍ତି । ସାଧନକର୍ମୀ ଚନ୍ଦ୍ରମଣି ବାଘ, ଗୋପେଶ ପଣ୍ଡା ପ୍ରମୁଖ ରେଡକ୍ରସର ଆନ୍ଦୋଳନ, ଜୁନିଅର ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା ସଂପର୍କିତ ରକ୍ଷକ ଯୋଜନାର ଉପଯୋଗିତା ବିଷୟରେ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ଭକ୍ତରାମ ମେହେର, ଲିପିକା ପାତ୍ର, ଚିତରଂଜନ ପୂଜାରୀ, ସତ୍ୟଭାମା ପଧାନ, ନରେନ୍ଦ୍ର କୁମାର ଦେହେରୀ, ଡନ ପଧାନ, ସଂଜିପ ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉଲୁଣ୍ଢା ବିସିସି ପ୍ରହଲ୍ଲାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.