oom

ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼. ଭୀମ ରାଓ ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ମଙ୍ଗଳବାର ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ପ୍ରଭାତଫେରି ସାରି ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି । ପୂଜ୍ୟପୂଜା ସମିତି, ମିଳିତ ଜନ ଅଧିକାର ଆନ୍ଦୋଳନ ଓ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜ ନିଜ ବ୍ୟକ୍ତବ୍ୟରେ ବିବିଧ ବିଦ୍ୟାରେ ପ୍ରବୀଣ, ବହୁତତ୍ତ୍ୱଦର୍ଶୀ, ବିଦ୍ୱାନ ଜନନାୟକ ଡ. ଆମ୍ବେଦକରଙ୍କର ପ୍ରତିଭା ଏବଂ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ତାହାଙ୍କ ଭୂମିକା ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରାଯାଇଛି । ସ୍ୱାଧୀନ ଭାରତରେ ପ୍ରଥମ ଆଇନମନ୍ତ୍ରୀ ରୂପେ ଦେଶର ସମ୍ବିଧାନର ଖସଡ଼ା ପ୍ରସ୍ତୁତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରି ଭାରତ ବର୍ଷର ସମ୍ବିଧାନ ପ୍ରଣେତା ଭାବେ ଇତିହାସ ରଚିଲେ । ଆଧୁନିକ ଭାରତର ସମ୍ବିଧାନ ପ୍ରଣୟନ ହେଉଛି ଭାରତବାସୀଙ୍କ ପ୍ରତି ମହାର୍ଘ ଦାନ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ଅଧିକାର ଓ ଦୁର୍ବଳ ଅବହେଳିତ, ଶୋଷିତ ସମାଜର ଲୋକଙ୍କ ପାଇଁ କଲ୍ୟାଣକାରୀ ସ୍ୱତନ୍ତ୍ର ସୁବିଧା ସୁଯୋଗ ସମ୍ବିଧାନରେ ସନ୍ନିବେଷିତ ହୋଇଛି । ଏହି ସଭାରେ ଆଇନଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସ୍ଥାନୀୟ କର୍ପୋରେଟର ସୋନାଲି ଗନ୍ତାୟତ, ସମିତି ସଭାପତି ବଂଶୀଧର ଭୂୟାଁ, ବିକାଶ ସ୍ୱେଚ୍ଛାସେବୀ ସଂଗଠନର ନେତା ତଥା ପୂର୍ବତନ ଅବକାରୀ ଅଧିକ୍ଷକ ନଳିନୀ କାନ୍ତ ବେହେରା, ଡା. ଗୋପବନ୍ଧୁ ବେହେରା, ଗୁଣନିଧି ବେହେରା, ବରିଷ୍ଠ ସାମ୍ବାଦିକ ରବି ରଥ, ଚାଷୀ ମୁଲିଆ ସଂଘ ନେତା ନିରାକାର, ଜନ ଜାଗରଣ ଅଭିଯାନ ଆବାହକ ମଧୁସୂଦନ, ପଛୁଆ ବର୍ଗ ନେତା ଶିବରାମ, ମାନବ ଅଧିକାର ସୁରକ୍ଷା ମଞ୍ଚର ବିଜୟ ଚନ୍ଦ୍ର ବିଶୋଇ, ମାଗୁଣି ନାହାକ, ସୁରେନ୍ଦ୍ର ନାଥ ପଣ୍ଡା, ରାମ ଚନ୍ଦ୍ର ସାହାଣୀ, ସତ୍ୟ ନାରାୟଣ ରାଓ, ଗଗନ ପ୍ରଧାନ, କେଶବ ଲିଙ୍ଗମ, ପୂର୍ବତନ କର୍ପୋରେଟର ଭଗବାନ ଗନ୍ତାୟତ, ଗଗନ ଚନ୍ଦ୍ର ମଲ୍ଲିକ, ଜଗନ୍ନାଥ ସାବତ, ଭାସ୍କର ହାତୀ, ଅଶୋକ ନିମାଇଁ, ବିଭୁତି ଭୂଷଣ ବେହେରା, ଯୁବନେତା ଶ୍ରୀକାନ୍ତ ସେଠୀ, ପଦ୍ମ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.