ସମ୍ବଲପୁର : ସ୍ଥାନୀୟ ଜମାଦାରପାଲିଠାରେ ଲଗାତାର ତୃତୀୟ ବର୍ଷ ପାଇଁ ଇକୋ ରିଟ୍ରିଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ ଏହାର ଉଦ୍ଘାଟନ କରିଥିଲେ । ସମ୍ବଲପୁରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଅନନ୍ୟା ଦାସ ଓ ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ । ୩ ମାସ ଧରି ଚାଲିବାକୁ ଥିବା ଏହି ଇକୋ ରିଟ୍ରିଟରେ ୨୫ଟି ପ୍ରିମିୟମ କଟେଜ ରହିଛି । ସପ୍ତାହର ୫ ଦିନ ପ୍ରତି କଟେଜ ପିଛା ଦର ଦୈନିକ ୮ ହଜାର ଟଙ୍କା ଥିବା ବେଳେ ସପ୍ତାହାନ୍ତ ୨ ଦିନ ଦୈନିକ ୯ ହଜାର ଟଙ୍କା ଲେଖାଏଁ ରହିଛି । ପର୍ଯ୍ୟଟକଙ୍କ ପାଇଁ ଏହି ଇକୋ ରିଟ୍ରିଟ ଭିତରେ ବାର, ରେଷ୍ଟୁରାଣ୍ଟ, ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଜଳକ୍ରୀଡା, ସାଇଟ ସିନ, ସୁଟିଂ, ସାଇକେଲ ରାଇଡିଙ୍ଗ ଆଦି ବ୍ୟବସ୍ଥା ମଧ୍ୟ ରହିଛି ।