ସଦେଇପାଲି ଛକଠାରେ ପୁଣି ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ଦ୍ୱିପହରରେ ସଦେଇପାଲି ଛକ ଠାରେ ଏକ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏବେ ପୁଣି ସେହି ସ୍ଥାନରେ ହିଁ ଏକ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ ଗାଡି ନମ୍ବରଟି ହେଉଛି ଓଡି ୦୩ଟି ୪୭୯୯ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗାଡି ଚାଳକ ମଦ ପିଇ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି । ଗାଡି ଚାଳକକୁ ସଦର ପୋଲିସ ଉଦ୍ଧାର କରି ସଦର ଥାନାରେ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ୨ଟି ପିକ୍‌ଅପ୍‌ ଗାଡିକୁ ଘଟଣାସ୍ଥଳରୁ ତୁରନ୍ତ ହଟାଇବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.