ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀଶ୍ରୀ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଫଟୋଗ୍ରାଫର ସଂଘର ଦ୍ୱିତୀୟ ବୈଠକ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଆସରରେ ଫୋଟୋଗ୍ରାଫର ମାନଙ୍କର ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସାଂଗକୁ ନୂତନ କର୍ମକର୍ତ୍ତା ଚୟନ କରାଯଇଥିଲା । ସାଧାରଣସମ୍ପାଦକ ଭାବେ ଦିଲ୍ଲୀପ କୁମାର ସାମଲ, ଉପସଭାପତି ପି. ଲଳିତ କୁମାର, ଉପଦେଷ୍ଟା କାମାକ୍ଷୀ ପ୍ରସାଦ ପଣ୍ଡା, ଲୋକନାଥ ମହାରଣା, ପ୍ରଶାନ୍ତ ମହାରଣା । କୋଷାଧ୍ୟକ୍ଷ ଭାବେ ପି. ହରିଗୋପାଳ ରାଓ, ଯୁଗ୍ମ-ସମ୍ପାଦକ ବିକ୍ରମ ବେହେରା ଓ ସହ-କୋଷାଧ୍ୟକ୍ଷ ଭାବେ ଗିରୀଶ ମୋହନ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ସର୍ବଶ୍ରୀ ଅଶୋକ କୁମାର ରଥ, ସନ୍ତୋଷ କୁମାର ସାହୁ, ପି.ମୁରଲୀ ମୋହନ, ସୁଜୟ ସୁପ୍ରକାଶ ଧଳ, ପି. ଗଚରେୟା ପାତ୍ର, ଉମାକାନ୍ତ ବେହେରା, ଯୋଗେଶ୍ୱର ସେଠୀଙ୍କ ସମେତ ବହୁ ଫୋଟୋଗ୍ରାଫର ଉପସ୍ଥିତ ଥିଲେ । କୋଭିଡ଼-୧୯ରେରେ ମୃତ୍ୟୁବରଣ କରିଥିବା ଛତ୍ରପୁରର ଜଣେ ପ୍ରତିଷ୍ଠିତ ସୁନ୍ଦରାମ୍ ଷ୍ଟୁଡ଼ିଓର ମାଲିକଙ୍କ ବିୟୋଗରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ସ୍ମୃତିଚାରଣ କରାଯାଇଥିଲା ।