jayashree

ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ୧୨ ଶ୍ରମିକ ଉଦ୍ଧାର

ପାଟଣାଗଡ, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ପାଇଁ ନିଆଯାଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ମୁଣ୍ଡୋଦର୍ହ ଗାଁର ରତନ ବିଶ୍ୱାଳ ନାମକ ସର୍ଦ୍ଦାରଙ୍କୁ ପୁଲିସ ଗିରଫ କରିଛି । ପୁଲିସର ସୂଚନା ଅନୁସାରେ, ପାଟଣାଗଡ ଓ ବେଲପଡା ବ୍ଲକ ଅଞ୍ଚଳର ୭ ଜଣ ପୁରୁଷ, ୫ ଜଣ ମହିଳା ଓ ୪ ଜଣ ଶିଶୁଙ୍କୁ ବସ୍‌ ଯୋଗେ ଚାଲାଣ ପାଇଁ ସ୍ଥାନୀୟ ବସ୍‌ଷ୍ଟାଣ୍ଡକୁ ଅଣାଯାଇଥିଲା । ସୂଚନା ପାଇ ପୁଲିସ ସେଠାରେ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା । ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡିବା ପରେ ସର୍ଦ୍ଦାର ରତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.